-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
05-Jan-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ସୁଲେକେଲା ଗାଁ ରେ ଚାଲିଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ସମୁଦାୟ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହା ୨୯ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚ ରେ ବରଗଡ଼ ଓ କଲାହାଣ୍ଡି କର୍ଲାକୋଟ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। କର୍ଲାକୋଟ କୁ ୨.୦ ଗୋଲ୍ ଦେଇ ବରଗଡ଼ ବିଜୟ ହାସଲ କରିଥିବା ଜଣାପଡିଛି। ଆଜି ର ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଛନ୍ତି। ବିଜୟୀ
ଦଳକୁ ପୁରସ୍କାର ପ୍ରଦାନ କରିବା ସହ ଭଲ ଭଲ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ମ୍ୟାଚ ରେ ନିଲ ନାଏକ ରେଫରୀ, ସୁଜିତ ରାଜହଂସ ଲାଇନ୍ ମେନ୍, ଦେବେନ୍ଦ୍ର ଥନାପତି ଲାଇନ୍ ମେନ୍ ଓ ଦିପକ୍ ରାଜହଂସ ୪ର୍ଥ ଅମ୍ପେୟାର ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ଉମାକାନ୍ତ ପୁଟେଲ ସ୍କୋର
ମ୍ୟାନେଜମେଣ୍ଟ କରୁଥିଲେ। ଏହି କାର୍ଯ୍ୟକ୍ରମ ଟି ବେଲପଡା ବ୍ଳକ ତଥା ସାରା ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିପାରିଛି।ଓ ଏଭଳି ଆହୁରି ସୁନ୍ଦର ଭାବେ ଭଗବାନ ଦୟାରୁ ହେଉ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସଭାପତି ମିତ୍ରଭାନୁ ଗୁରୁ, ଉପ ସଭାପତି ମାନସ ପାଢ଼ୀ , ସମ୍ପାଦକ ନବୀନ ବୁଡେକ,ସହ ସମ୍ପାଦକ ପ୍ରଦୀପ କୁମାର ସିଂ ବୁଡେକ ଙ୍କ ସହ ଗାଁ ର ଖେଳାଳି ମାନଙ୍କ ଏବଂ ବଡ଼ ବଡିଆ ଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇଁ ହୋଇଥିବା ଜଣାପଡିଛି।