-+91-9937148622 |

prerana_bgr@rediffmail.com |

  Thursday 25th April 2024 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   (24-Apr-2024)       ||      ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   (24-Apr-2024)       ||      ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   (24-Apr-2024)       ||      ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   (24-Apr-2024)       ||      ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    (24-Apr-2024)       ||      କାମରେ ଆସୁନି ୩୮ କୋଟି ର ମେଗା ପାନୀୟଜଳ ପ୍ରୋଜେକ୍ଟ   ପିଇବା ପାଣି ପାଇଁ ୨୫ ଖଣ୍ଡ ଗାଁ ର ଲୋକେ ହନ୍ତସନ୍ତ    (24-Apr-2024)       ||      ଚିଲିକା ନିର୍ବାଚନ ମଣ୍ଡଳୀରେ ଵି ଜେ ଡି ର ଶୋଭାଯାତ୍ରା   (24-Apr-2024)       ||      ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କରିବେ ସମାବେଶ ।   (24-Apr-2024)       ||     

HOME   ମହାନଗର

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷ୍ଣପ୍ରସାଦ ବ୍ଲକରେ ଶିଳ୍ପ ତାଲିମ ଅନୁଷ୍ଠ‍ାନ ଲୋକାର୍ପିତ, ୫ ଏକର ଜମିରେ ୧୮ କୋଟି ଟଙ୍କା ମୂଲ୍ୟରେ ନିର୍ମିତ, ପ୍ରଥମେ ୪ଟି ଟ୍ରେଡରେ ପାଠପଢା ଆରମ୍ଭ ହେବ

05-Jan-2022



ପୁରୀ(ସମୀର ରଞ୍ଜନ ନାୟକ )ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ଅନୁଷ୍ଠାନ ଲୋକାର୍ପଣ ହୋଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ବର୍ତ୍ତମାନ ସମୟରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଅ‍ାବଶ୍ୟକୀୟ ତାଲିମର ଆବଶ୍ୟକତା ରହିଛି । ଶିଳ୍ପାୟନ ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିନିମନ୍ତେ ଦକ୍ଷତା ବିକାଶ ମାଧ୍ୟମରେ ଆବଶ୍ୟକୀୟ କୁଶଳୀ କାରିଗର ସୃଷ୍ଟି କରାଯାଉଛି ।  ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ପ୍ରଥମ ଶହେଟି ମଧ୍ୟରେ ରାଜ୍ୟର ୧୦ଟି ଆଇଟିଆଇ ରହିବା ଆନନ୍ଦର କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷ୍ଣପ୍ରସାଦସ୍ଥିତ ବିଜୁ ପଟ୍ଟନାୟକ ଆଇଟିଆଇ ନିମନ୍ତେ ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଉନ୍ନତ ମାନ ଶ୍ରେଣୀଗୃହ, ପାଠାଗାର, ୱାର୍କସପ, ଉଭୟ ଛାତ୍ରାବାସ  ଓ  ଛାତ୍ରୀନିବାସ ବ୍ୟବସ୍ଥା ରହିଛି ।  ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କୃଷ୍ଣପ୍ରସାଦ ବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।  ଚିଲିକା ଘେରା ବିଚ୍ଛିନ୍ନାଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅନୁଷ୍ଠାନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ପ୍ରାଥମିକ ଭାବେ ଇଲେକଟ୍ରିସିଆନ,  ଇଲକୋଟ୍ରୋନିକ୍ସ ମେକାନିକ, ଫିଟର, ଡ୍ରେସ ମେକିଂ ଟ୍ରେଡରେ ଆବାସିକ ପାଠ୍ୟକ୍ରମ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳର ଗରିବ ମେଧାବୀ ପିଲାମାନେ ଉଭୟ ବୈଷୟିକ ଓ ବୃତ୍ତିଗତ ତାଲିମ ପାଇବାର ସୁଯୋଗ ମିଳିବ । ଏଠାରୁ ଉପଯୁକ୍ତ ତାଲିମ ପାଇ ଛାତ୍ରଛାତ୍ରୀ ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଛନ୍ତି ।  ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ

ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇବ । ସମସ୍ତଙ୍କ ସହଯୋଗ ରହିଲେ ଏହି ଅନୁଷ୍ଠାନ ଉନ୍ନତିର ଶିଖର ଛୁଇଁବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ୫-ଟି ସଚିବ ଶ୍ରୀ ଭି.କ. ପାଣ୍ତିଆନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉକ୍ତ ଅନୁଷ୍ଠାନର ପରିସରରେ ସବୁଜ ବନାନୀ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଆଇଟିଆଇ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଶିଳ୍ପିତା ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, କୃଷ୍ଣପ୍ରସାଦ ବିଡିଓ ଶ୍ରୀ ମନୋଜ କୁମାର ନାୟକ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଶିବ ପ୍ରସାଦ ମଲ୍ଲିକ, ଶ୍ରୀ ଅଜୟ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024
  ଜିଲ୍ଲା  
ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   25-Apr-2024
  ଜିଲ୍ଲା  
ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   24-Apr-2024
  ଜିଲ୍ଲା  
ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   24-Apr-2024
  ଜିଲ୍ଲା  
ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   24-Apr-2024
  ଜିଲ୍ଲା  
ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   24-Apr-2024
  ଜିଲ୍ଲା  
ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ   24-Apr-2024
  ଜିଲ୍ଲା  
ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     24-Apr-2024
  ଜିଲ୍ଲା  
୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    24-Apr-2024

You Might Also Like