-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
04-Jan-2022
ବଲାଙ୍ଗିର,(ପ୍ରେରଣା ଖବର) ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କ୍ରାନ୍ତିକାରୀ ଉତ୍ସବରେ ମୁଖ୍ୟ ଅତିଥି ସୁଶ୍ରୀ ମମିତା ମିଶ୍ର ଅଧ୍ୟକ୍ଷା ଏଇଏସ୍ କଲେଜ ତରଭା, ସ୍ୱତନ୍ତ୍ର ଅତିଥି ଡା. ବେଣୁଧର ପାଣ୍ଡେ, ମୁଖ୍ୟବକ୍ତା ଧିମତୀ ରୁପାଲି ମହାନନ୍ଦ ସାମାଜିକ କର୍ମୀ, ସମ୍ମାନିତ ଅତିଥିô ଅର୍ଜୁନ ମୁଗ୍ରୀ, ବିରେନ୍ଦ୍ର ବାଗ, ସୁଷମା ବଏ ଯୋଗଦାନ କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ ସଭାନେତ୍ରୀ ସବିତା ନନ୍ଦ । ସାବିତ୍ରୀ ବାଇ ଫୁଲେ ପ୍ରତିକୂଳ ପରିସ୍ଥିତିରେ ନିଜର ଜିବନକୁ ଜଳାଞ୍ଜଳି ଦେଇ ଚାରି କାନ୍ଥ ଭିତରେ ନ ରହି ନାରୀ ଶିକ୍ଷା ପାଇଁ ବାହାରକୁ ଗୋଡ କାଢିଥିଲେ । ସେ ଦେଶର ପ୍ରଥମ ନାରୀ ଶିକ୍ଷୟତ୍ରୀ । ଜଣେ ମହାନ ସମାଜ ସଂସ୍କାରିକା ମଧ୍ୟ । ଶିକ୍ଷା ହିଁ ମହିଳା ସମାଜକୁ ସ୍ୱାଭିମାନି କରିପାରିବ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ଫୋବର୍ସ ଇଣ୍ଡିଆରେ ତୃତୀୟ ସ୍ଥାନ ଅଧିକାର କରିଥିବା ଶକ୍ତିଶାଳୀ ମହିଳା ଆଶା କର୍ମୀ ମାତିଲୋଦା ପୁଲୁଙ୍କୁ ସାବିତ୍ରୀ ବାଇ ଫୁଲେ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପଛୁଆ ବର୍ଗ ମହିଳା ଯେଉଁମାନେ ସାମାଜିକ ସଚେତନ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ସୁବାଷିନୀ ସାହୁ, ମଞ୍ଜରି ପଟେଲ ଓ ସରସ୍ୱତୀ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସଂସ୍କାରମୟୀ ପ୍ରୀୟଦର୍ଶିନୀ ମଧ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଆମ୍ବେଦକରବାଦି ହେମସୁନ୍ଦର ନାଗ ପରିଚାଳନା କରିଥିବା ବେଳେ ତରଣୀସେନ ଦିପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ମୁନା, ଶଙ୍କର ନନ୍ଦ, ସନ୍ତୋଷ ନନ୍ଦ, ଶିବାନୀ ତାଣ୍ଡି, ମକାରୁ ମହାନନ୍ଦ, ଭୁବନ ନାଗ, ନଳିନୀ ଦିପ, କିରନ ତାଣ୍ଡି, ଶେଷଦେବ ବଏ, ଆନନ୍ଦ ବାରିକ, ସୁନିତା ଭୋଇ ସମେତ ଶତାଧିକ ମହିଳା, ପୁରୁଷ ଯୋଗଦାନ କରିଥିଲେ ।