-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
28-Dec-2021
ବରଗଡ// ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘଠନ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଭାତ କେକ ସହ ପାର୍ଟି କରୁଥିବା ବେଳେ ଅସହାୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ,କମ୍ବଳ ଓ ଖାଦ୍ୟ ବଣ୍ଟନ କରି ନିଜ ଜନ୍ମ ଦିବସକୁ ସେ ପାଳନ କରିଛନ୍ତି ।ବରଗଡ଼ ଜିଲ୍ଲା ଅତାବିରା କୁଷ୍ଠାଶ୍ରମ କଲୋନୀରେ ରହୁଥିବା ଗରିବ ଅସହାୟ ମାନଙ୍କ ସହ ଜନ୍ମ ଦିନ ପାଳନ କରି ବେଶ ଖୁସିଥିବା କହିଛନ୍ତି ସମାଜସେବୀ ମୁକୁନ୍ଦ ଦାଶ । ତାଙ୍କର ଏଭଳି ଭାବନ ଏବଂ ନିଆରା ଜନ୍ମଦିନ ପାଇଁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି