-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
25-Dec-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତାର ମୁଣ୍ଡୋମହୁଲ ନିକଟ ବୁଲାଣୀ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲା ବିହାବନ୍ଧ ଲାଂଜିବେର୍ଣ୍ଣାର ଅଜିତ କୁଜୁର ବୋଲି ଜଣାପଡିଛି । ସୂଚନା ଅନୁସାରେ ଅଜିତ ସମ୍ବଲପୁର ପଟରୁ ଏକ ବାଇକ ଓଡି ୧୬ ଏଚ୮୦୮୬ ଯୋଗେ ସୋନପୁର ପଟକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଲରୁ ଏମ୍ବୁଲାନ୍ସ କର୍ମଚାରୀ ମାନେ ଅଜିତକୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଦାକ୍ତରଖାନାକୁ ଆଣିଥିଲେ । ମାତ୍ର ଏଠାରେ ଦାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।