-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
20-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମା ରେ ଥିବା ଶାନ୍ତିବନ ଠାରେ ରବିବାର ଜୋରାଡବରା କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରୟାସ କ୍ରମେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡl ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ହୃଷୀକେଶ ଗହୀର , ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସହଦେଵ ସୁନା ,ମୁଖ୍ୟ କିରାଣୀ ମକରଧ୍ୱଜ ବାଗ , ଏକାଉଣ୍ଟ ଟେଣ୍ଟ କ୍ଷୀରୋଦ ବଡମାଳି ଏବଂ ସିଆରସିସି ଗୋପମଣି ସାହୁ ଯୋଗ ଦେଇଥିଲେ।
କର୍ଲାମୁଣ୍ଡା ବ୍ଲକ ରେ ଶିକ୍ଷା ର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ନିଷ୍ଠା ର ସହିତ କାମ କରିବା କୁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କର୍ଲାମୁଣ୍ଡl ଶିକ୍ଷକ ସଂଘ ସଭାପତି ତଥା ଜୋରାଡବରା କେନ୍ଦ୍ର ର ବରିଷ୍ଠ ଶିକ୍ଷକ ବସନ୍ତ ମିଶ୍ର ଓ ଜୋରାଡବରା କେନ୍ଦ୍ର ପ୍ରଧାନ ଶିକ୍ଷକ ଶ୍ରୀ ତରୁଣ ଜାନୀ ଙ୍କ ତତ୍ୱବାଧାନରେ ଆୟୋଜନ ହୋଇଥିବା ବେଳେ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l