-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
20-Dec-2021
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଏମ.ଇ ସ୍କୁଲ ପଡିଆରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁନେଇ କାର୍ଯ୍ୟରତ କର୍ମଚାରୀ ଙ୍କ ମଧ୍ୟ ରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟସ୍ ଜିଣି ଫ୍ରିଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ lଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁକୁରାମୁଣ୍ଡା ବେକିଙ୍ଗ କରି ୧୨ ଓଭର ରେ ୭୨ ରନ ସଂଗ୍ରହ
କରିବାରେ ସକ୍ଷମ ହୋଇଥିଲେ l ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜମଲା ବେକିଙ୍ଗ କରି ୭୩ ରନ୍ ସଂଗ୍ରହ କରି ବିଜୟ ଘୋଷିତ ହେଲେ lଶେଷ ପର୍ଯ୍ୟାୟରେ ଆଉ ଏକ ମ୍ୟାଚ ଖେଳ ଆରମ୍ଭ ହୋଇଥିଲା lସେଇସମୟରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମେ ବେକିଙ୍ଗ କରି ୫୧ ରନ ସଂଗ୍ରହ କରି ପାରିଥିଲେ lସି.ଏଚ.ସି ବୁକୁରାମୁଣ୍ଡା ତତ୍ପରେ ବେକିଙ୍ଗ କରି ୫୨ ରନ ସଂଗ୍ରହ କରି ବିଜୟ ଲାଭ କରିବାରେ ସକ୍ଷମ ହୋଇପାରିଥିଲେ l ଏହି ବଂଧୁତ୍ୱ ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳ କୁ ଉପଭୋଗ କରିବାକୁ ଗ୍ରାମାଞ୍ଚଳ ରୁ ଅନେକ ଖେଳପ୍ରେମୀ ଙ୍କ ଛୁଅ ଛୁଟିଥିଲା l