ପଦ୍ମପୁର/ବିଜେପୁର: ରାଜ୍ୟ ସରକାର କୃଷକମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନାମାନେ ପ୍ରଣୟନ କରୁଛନ୍ତି ଯାହାଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବା ପରିଲକ୍ଷିତ ହେଉଛି.ଏଭଳି ଯୋଜନା ମାନଙ୍କର ଲାଭ ଉଠେଇ ଅନେକ ଯୁବ ଚାଷୀମାନେ ଚାଷକାମ କରିବା ସହ ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି ମଧ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି.
ଏଭଳି ଏକ ଯୁବଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସୁବ୍ରତ ସାହୁ ଯିଏ ଚାଷ ପାଇଁ ଚାକିରୀ ଛାଡ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି.ତାଙ୍କର ଶୈକ୍ଷିକ ଯୋଗ୍ୟତା ସ୍ନାତକ. ପୂର୍ବରୁ ସେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ କିନ୍ତୁ ଚାଷ କାମ ପାଇଁ ତାଙ୍କର ଆଗ୍ରହ ଯୋଗୁଁ ଚାଷକୁ ବୃତ୍ତି କରିଛନ୍ତି.୨୦୧୮ ମସିହାରୁ ନିଜର ପୈତୃକ ସମ୍ପତ୍ତିରେ ପ୍ରଥମେ ଏକ ମତ୍ସ୍ୟ ପୋଖରୀ ଖନନ କରି ମାଛ ଚାଷ ଆରମ୍ଭ କରିଥିଲେ ଯେଉଁଥିରେ ସରକାରୀ ପ୍ରୋତ୍ସାହନ ରହିଥିଲା.ପରେ ଉଦ୍ୟାନ
"/>-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
20-Dec-2021
ପଦ୍ମପୁର/ବିଜେପୁର: ରାଜ୍ୟ ସରକାର କୃଷକମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନାମାନେ ପ୍ରଣୟନ କରୁଛନ୍ତି ଯାହାଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବା ପରିଲକ୍ଷିତ ହେଉଛି.ଏଭଳି ଯୋଜନା ମାନଙ୍କର ଲାଭ ଉଠେଇ ଅନେକ ଯୁବ ଚାଷୀମାନେ ଚାଷକାମ କରିବା ସହ ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି ମଧ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି.
ଏଭଳି ଏକ ଯୁବଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସୁବ୍ରତ ସାହୁ ଯିଏ ଚାଷ ପାଇଁ ଚାକିରୀ ଛାଡ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି.ତାଙ୍କର ଶୈକ୍ଷିକ ଯୋଗ୍ୟତା ସ୍ନାତକ. ପୂର୍ବରୁ ସେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ କିନ୍ତୁ ଚାଷ କାମ ପାଇଁ ତାଙ୍କର ଆଗ୍ରହ ଯୋଗୁଁ ଚାଷକୁ ବୃତ୍ତି କରିଛନ୍ତି.୨୦୧୮ ମସିହାରୁ ନିଜର ପୈତୃକ ସମ୍ପତ୍ତିରେ ପ୍ରଥମେ ଏକ ମତ୍ସ୍ୟ ପୋଖରୀ ଖନନ କରି ମାଛ ଚାଷ ଆରମ୍ଭ କରିଥିଲେ ଯେଉଁଥିରେ ସରକାରୀ ପ୍ରୋତ୍ସାହନ ରହିଥିଲା.ପରେ ଉଦ୍ୟାନ
କୃଷି ବିଭାଗକୁ ଯୋଗାଯୋଗ କରିବା ଯୋଗୁଁ ସେମାନେ ସୁବ୍ରତଙ୍କ ଉତ୍ସାହ ବୃଦ୍ଧି କରିବା ସହ ଗୋଟିଏ ହେକ୍ଟର କଦଳୀ ଚାଷ ଏବଂ ଗୋଟିଏ ହେକ୍ଟର ଆମ୍ବ ଚାଷ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗେଇ ଦେଇଥିଲେ. ଏହାପରେ ସୁବ୍ରତ ପଛକୁ ଫେରିନଥିଲେ.୨୦୧୮ ମସିହାରେ ଆରମ୍ଭ କରିଥିବା ମିଶ୍ରିତ ଚାଷରେ ବର୍ତ୍ତମାନ ୮ ରୁ ୧୦ ଏକର ଚାଷ କରିଛନ୍ତି ଯାହାଦ୍ୱାରା ପ୍ରତ୍ୟକ୍ଷ ଭାବରେ ୫ ଟି ପରିବାର ସ୍ଥାୟୀ ରୋଜଗାର ଯୋଗେଇଦେବାରେ ସକ୍ଷମ ହୋଇଛନ୍ତି ସୁବ୍ରତ. ରୋଜଗାର ପାଉଥିବା କୃଷି ଶ୍ରମିକ ମାନେ ମଧ୍ୟ ସୁବ୍ରତଙ୍କ ପ୍ରସଂସାରେ ଶତମୁଖ ଅଛନ୍ତି.ଏହି ଚାଷରୁ ବାର୍ଷିକ ୮ ଲକ୍ଷ ରୋଜଗାର ହେଉଥିବା କହିଛନ୍ତି ସୁବ୍ରତ. ଅଗାମୀ ଦିନରେ ଆହୁରି ଚାଷକରିବା ମନସ୍ତ କରିଥିବା ସୁବ୍ରତ କୁହନ୍ତି ଯେ ଆମ ବିଜେପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନ ଥିବାରୁ କଞ୍ଚା ପନିପରିବା ସଂରକ୍ଷଣ କରିବା ପାଇଁ ଅସୁବିଧା ହେଉଛି, ଯଦି ସରକାର ବିଜେପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ବ୍ୟବସ୍ଥା କରନ୍ତେ ତେବେ ଚାଷୀକୁଳ ବିଶେଷ ଭାବେ ଉପକୃତ ହୁଅନ୍ତେ ଏବଂ ଏଥିପାଇଁ ସରକାରୀ ତଥା ପ୍ରଶାସନିକ ଇଛାଶକ୍ତିର ଆବଶ୍ୟକତା ରହୁଛି.ଚାକିରୀ ଅନ୍ବେଷଣରେ ଘରେ ବସି ବେକାରୀ ଥିବା ଯୁବକଙ୍କ ପାଇଁ ସୁବ୍ରତ ବର୍ତ୍ତମାନ ପ୍ରେରଣାର ଉତ୍ସ ସାଜିଛନ୍ତି, ତାଙ୍କୁ ଅନୁସରଣ କରି ଅନେକ ଯୁବବର୍ଗ ଚାଷପ୍ରତି ଆକୃଷ୍ଟ ହେବେ ବୋଲି ଆଶା.