-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
20-Dec-2021
ପଦ୍ମପୁର:-ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୦ତମ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି। କେ.ସି.ସି ଦ୍ଵାରା ଆୟୋଜିତ ଏହି ଗ୍ରାମାଞ୍ଚଳ ଟେନିସ ବଲ କ୍ରିକେଟ ପ୍ରତିଯୋଗିତାରେ ୧୬ ଟି ବଛାବଛା ଦଳ ଅଂଶଗ୍ରହଣ କରିବେ। ଫାଇନାଲ ମ୍ୟାଚ ୨୯ ତାରିଖ ଅନୁଷ୍ଠିତ ହେବ ଏବଂ ବିଜେତା ଦଳକୁ ନଗଦ ୧୫୦୦୧ ଟଙ୍କା ଓ ଉପବିଜେତା ଦଳକୁ ୮୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ସ୍ଥିରୀକୃତ ହୋଇଛି। ଏଥିପାଇଁ କେ.ସି.ସି ତରଫରୁ
ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସନମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଟୁର୍ଣ୍ଣାମେଣ୍ଟର ସଫଳତା ଉପରେ ଆଲୋଚନା କରାଯାଇଥିଲା। ଦିଲୀପ ଓ ପ୍ରଦୀପଙ୍କୁ ଦଳ ଚୟନ, ମତିଲ ଓ ପ୍ରତାପଙ୍କୁ ଖାଦ୍ୟପେୟ, ରଜତ ଓ ନିରନଙ୍କୁ ଶାନ୍ତି ଶୃଙ୍ଖଳା ଏବଂ ପ୍ରଶାନ୍ତଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଗଲା। ଶେଷରେ ତୀର୍ଥ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ।