-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||     

HOME   ରାଜ୍ୟ

ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ସଚେତନତା ଶିବିର ଅନୁଷ୍ଠିତ

17-Dec-2021



ପୁରୀ(ସମୀର ରଞ୍ଜନ ନାୟକ): ଦିବ୍ୟାଙ୍କ ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ପ୍ରଶାସନ ସରକାରଙ୍କ ସମସ୍ତ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଯାରି ରଖିଛି

। ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ପୁରୀ ଜିଲ୍ଲା ଗସ୍ତ କରି ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ- ୨୦୧୬ର ଜିଲ୍ଲାରୱ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି । ଏନେଇ ଏକ ସମୀକ୍ଷା ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ଦାସଙ୍କ ସହ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ବିଭାଗୀୟ ଅଧିକାରୀ, ବିଭିନ୍ନ ସଂଗଠନ, ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଫନି ପରେ ସେମାନଙ୍କୁ ଫୁଲ କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କ ଉନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଥିଲେ । ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନରେ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ କମିଶନର ପ୍ରଶଂସା କରିଥିଲେ । ସେହିଭଳି ମୋ ସରକାର ସେଲରେ ୫ ଜଣ ଉଚ୍ଚଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାରେ ୮୧ ହଜାର ୪୪୪ ଜଣ ଦିବ୍ୟାଙ୍ଗଙ୍କୁ ଜାତୀୟ ସାମାଜିକ ସହାୟତା ପେନସନ ଯୋଜନା ଅଧିନରେ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ୧ ଲକ୍ଷ ୨୦ ହଜାର ୩୭୯

ଜଣଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଦାରିଦ୍ର୍ୟ ସୀମାରେଖା ତଳେଥିବା ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଚଳିତ ଆର୍ଥିକ ବର୍ଷରେ ୫୫୨ଟି ପରିବାରକୁ ପ୍ରତ୍ୟେକ ୨୦ ହଜାର ଭାବେ ଏକ କୋଟି ୧୦ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ମାଧ୍ୟମରେ ଚଳିତ ବର୍ଷ ୨୭୪ଟି ଟ୍ରାଇ ସାଇକେଲ, ୧୫୩ ହ୍ବିଲ ଓ ୧୦୩ଟି ସିପି ଚେୟାର, ୧୧୦ଟି ଆଶାବାଡି, ୧୨୬ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ବାଣିଶ୍ରୀ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ମାଧ୍ୟମରେ ୮୧ ଜଣ ଦିବ୍ୟାଙ୍ଗଙ୍କୁ ୯ ଲକ୍ଷ ୭୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ସାଇ ସମ୍ପୂର୍ଣ୍ଣା ଓ ଶ୍ରୀ ଧନତ୍ବରୀ ଦେବ ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରତ୍ୟେକ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024

You Might Also Like