-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
30-Nov-2021
ବଲାଙ୍ଗିର/ଦେଓଗାଁ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆଉ ଗୋଟିଏ ପଞ୍ଚାୟତ ଉଡ଼ାର୍ ର ମହମ୍ମଦ ପୁର୍ ଗାଁ ରେ କିଡ଼ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଗାଁ ଲୋକ ଖବରକାଗଜ ପଢି ଆଦମୀ ପାର୍ଟି କୁ ଯୋଗାଯୋଗ କରିଥିଲେ। ଏ ବିଷୟରେ ଖବର ପାଇ ଆମ୍ ଆଦମୀ ପାର୍ଟିର ରାଜ୍ଯ ପ୍ରବକ୍ତା ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଙ୍କ ନିର୍ଦ୍ଦେଶ କ୍ରମେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଏବଂ ଅଶୋକ ସୁନା ମହମ୍ମଦପୁର୍ ଗାଁ କୁ ପହଞ୍ଚିଥିଲେ ।ଏବଂ କିଡ୍ନୀ ରୋଗୀ ମାନକୁ ସାକ୍ଷାତ କରି ଏବଂ ଗାଁ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ ।ଗାଁ ଲୋକ କହିବା ଅନୁସାରେ ୨୦୧୫ ରୁ ଏପର୍ଯ୍ୟନ୍ତ ୮ଜଣ ରୁ ଉର୍ଦ୍ଧ୍ୱ ଲୋକଙ୍କ କୀଡନୀ ରୋଗରେ ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ନାଁ ହେଉଛି ହଲଧର ମୁଣ୍ଡା (୨୦), ଲିଙ୍ଗରାଜ ମୁଣ୍ଡା (୩୦),ଧବଳେ ମୁଣ୍ଡା (୪୦) ,ମକରଧ୍ଵଜ ମୁଣ୍ଡା (୬୦), ଗଜପତି ମୁଣ୍ଡା (୫୫), କନ୍ହେଇ ମୁଣ୍ଡା (୫୦), ମୁଖୀ ମୁଣ୍ଡା(୫୦) ,ସୁଲୋଚନା ମୁଣ୍ଡା ବୟସ (୫୯)ଏତେ ଜଣ ଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି ।ଯଥା. ବିଷ୍ନୁ ମୁଣ୍ଡା. କୁନ୍ତୀ ମୁଣ୍ଡା. ଶୁଭାଗିନି ମୁଣ୍ଡା. ନିଧି ମୁଣ୍ଡା. ରାଧାକାନ୍ତ ମୁଣ୍ଡା. କେଶବ ମୁଣ୍ଡା. ପୁରନ୍ଦର ମୁଣ୍ଡା. ରାଇମତି ମୁଣ୍ଡା. କପିଳେ ମୁଣ୍ଡା. ରତିଲାଲ ମୁଣ୍ଡା. ସୁମିତ୍ରା ମୁଣ୍ଡା. କିଶୋର୍ ମୁଣ୍ଡା. ବୀର ମୁଣ୍ଡା. ଦେବେନ୍ଦ୍ର ମୁଣ୍ଡା. ଆଦି କିଡ୍ନୀ ରୋଗ ରେ ଆକ୍ରାନ୍ତ ଅଛନ୍ତି।ମହମ୍ମଦପୁର ଗାଁ ର ଲୋକ ଅନେକ ଥର ବ୍ଲକ ପ୍ରଶାସନ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।ପାଣି ମଧ୍ଯ ଟେଷ୍ଟ ପାଇଁ ନେଇଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।ବହୁତ୍ ଦୁଃଖର କଥା ଯେ ଦେଓଗାଁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଚାରି କିଲୋମିଟର କିନ୍ତୁ କାହାରି ନଜର ପଡୁନାହିଁ। ଏପଟେ ସରକାର ବାହାଦୁର ବିକାଶ ର ଡିମ୍ ଡିମି ପିଟୁଛନ୍ତି।ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ ତାହା କେତେ କାର୍ଯ୍ୟକାରୀ ହେଉଛି ତାର ବାସ୍ତବ ଚିତ୍ର ଦେଖିଲେ ଜଣାପଡୁଛି । ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଠିକ୍ ସେ କାମ ଦେଉନାହିଁ । ନାମକୁ ମାତ୍ର ସ୍ଵାସ୍ଥ୍ୟ କାର୍ଡ ବୋଲି ଲୋକେ ଡଷ୍ଠ ବିନ୍ ରେ ଫିକି ବାକୁ ଗଲେଣି । ଏପଟେ ଦେଓଗାଁ ବ୍ଲକ ରେ ବିଜେଡି ଚେୟାରମ୍ଯାନ. ବିଜେଡି ଜିଲ୍ଲା ପରିଷଦ,ମାଳ ମାଳ ସରପଞ୍ଚ,ମାଳ ମାଳ ସମିତି କିନ୍ତୁ କାହରି କୌଣସି ଦେଖାସାକ୍ଷାତ ନାହିଁ,ଖାଲି ଭାଷଣ ବାଜି ଏବଂ ନିଜ ନିଜ ସମ୍ପତ୍ତି ବଢ଼ାଇବାରେ ଲାଗୁଛନ୍ତି ଆଉ ଜନତା ଙ୍କୁ ଚିଠି ଆଣିଛ କି ନାହିଁ କହୁଛନ୍ତି । ହେଲେ ହଜାର ହଜାର ଚିଠି ଦେଲେ ମଧ୍ଯ ଜନତା ଙ୍କୁ ନ୍ୟାୟ ମିଳୁନଥିବାରୁ ଏହାକୁ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଦୃଢ଼ ନିନ୍ଦା କରୁଛି ।ସେ ପ୍ରକାର୍ ତୁଚ୍ଛ ନେତା ଏବଂ ପ୍ରଶାସନ କୁ କଡ଼ା ଜବାବ ଦିଆଯିବ ବୋଲି ଆମ୍ ଆଦମୀ ପାର୍ଟିର ମୁଖପାତ୍ର ଆଶିଷ ପାଣ୍ଡେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।ମହମ୍ମଦ ପୁର୍ ଗାଁ ର ସମସ୍ୟା କୁ ନେଇ ପ୍ରଶାସନ ଙ୍କୁ ଭେଟିବ ଆମ୍ ଆଦମୀ ପାର୍ଟି ବୋଲି ଆମ୍ ଆଦମୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି। ଯେମିତି ବଲାରପାଳି ଗାଁ ପାଇଁ ପ୍ରଶାସନ କୁ ମଜବୁର୍ କରି ଦିଆଯାଇଥିଲା ସେ ଗାଁ ର ପାଣି ସମସ୍ୟା ସମାଧାନ ପାଇଁ ଏବଂ ଗାଁ କୁ ମେଡିକାଲ ଟିମ୍ ପଠାଇବା ପାଇଁ ସେଭଳି ପୁଣି ଲଢେଇ ଜୋରଦାର ହେବ ବୋଲି ଆମ ଆଦମୀ ପାର୍ଟି ର ମୁଖପାତ୍ର ଆଶିଷ ପାଣ୍ଡେ ଚେତାବନୀ ଦେଇଛନ୍ତି।