-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
25-Nov-2021
ପଦ୍ମପୁର:- ଅନଲାଇନ ରେ ବୀମା ଭରିଥିବା ଶତକଡା ୯୦ ଭାଗ ଚାଷୀ ଅଣ ସ୍ୱୀକୃତ l ସମସ୍ତ ଜିଲ୍ଲା ସକାଶେ ଗୋଟିଏ ନିୟମ ହେବା କଥା l ଏ ଭଳି ବ୍ୟତିକ୍ରମ କାହିଁକି ? ପଦ୍ମପୁର ଅଂଚଳ ପ୍ରଶାସନର ସଉତୁଣୀ ପୁଅ ସଦୃଶ l ସେଥିପାଇଁ ଜଳସେଚିତ ଅଂଚଳ ଅତାବିରା ରେ ଚାଷା ଧାନ ବିକିବେ 25 ତାରିଖ ଅଥତ ପଦ୍ମପୁର ଚାଷୀ ଧାନ ବିକିବ 1 ତାରିଖ l ପ୍ରଶାସନ ମନେ ରଖିବା ଉଚିତ୍ ଧାନବିକ୍ରୀ ପଦ୍ମପୁର ଅଂଚଳ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ କାରଣ ଆମ ର ଅଂଚଳ ର ଚାଷୀ ଗୋଟାଏ ଫସଲ ଉପରେ ନିର୍ଭର କରି ଆସିଛି lଏବଂ ସତୁରୀ ଭାଗ ଲୋକ ଉପାର୍ଜିତ ଧାନ କ୍ଷେତ ଖଲାରୁ ଯାହା ଅମଳ କରିଥାନ୍ତି ଏହାହିଁ ଏ ଅଂଚଳର ଅର୍ଥନୀତି ଉପରେ ଏକମାତ୍ର ସ୍ରୋତ କହିଲେ ଅତ୍ୟୁକ୍ତି ହେବ ନାହିଁ lଏ ପରିସ୍ଥିତି ରେ ପଦ୍ମପୁର ମଣ୍ଡି ୧୦ ଦିନ ପରେ ଖୋଲିବାର ମାନେ କ'ଣ ?
ଓଡିଶା ର ଶାସକ ଓ ବିରୋଧୀ ଉଭୟ ଙ୍କୁ ରାଜବୋଡାସମ୍ବର କୃଷକ ସଂଗଠନ ର ଆବାହକ ଶ୍ରୀମାନ ଅଶୋକ କୁମାର ସାହୁ ପ୍ରଶ୍ନ କରିଛନ୍ତି l
ଶାସକ ଯଦିଓ ମିଲର୍ସ ମାନଙ୍କ ହାତବାରିସୀ ସାଜିଛନ୍ତି,ହେଲେ ବିରୋଧୀ ଶୋଇଛି କାହିଁକି ? ମମତା ମେହେର ହତ୍ଯା କାଣ୍ଡରେ ଏତେ ତୁମ୍ବିତୁଫାନ କରୁଥିବା ବିରୋଧୀ ଏ ଅଂଚଳର ଏ ଭୟଙ୍କର ବିପଦ ବେଳେ ନିରବତା ରହିବାର କାରଣ କ'ଣ ? ସେମାନେ ମନେ ରଖିବା ଉଚିତ ଯେ,କଥାରେ ଅଛି "ଶୋଇଲା ପୁଅ ର ଭାଗନାହିଁ l ଶତପଡା ସତୁରୀ ଭାଗ ଲୋକ ଏ ମରୁଡି ସମୟ ରେ ଅସହାୟ ନିରୁପାୟ l ଏମାନଙ୍କ ଆଖିକୁ ଦିଶୁନି କାହିଁକି ବୋଲି ଶ୍ରୀମାନ ସାହୁ ପ୍ରଶ୍ନ କରନ୍ତି
ପୂର୍ବ ଓଡିଶାର ବଡ ବିପଦ "ବାତ୍ଯା"
ବାତ୍ଯା ଆସିବା ପୂର୍ବରୁ ପ୍ରଥମେ ପଇସା ଜମାହୋଇଯାଏ କିନ୍ତୁ ମରୁଡିକୁ ଏ ପର୍ଯ୍ଯନ୍ତ ଏମାନେ ସ୍ୱୀକାର କଲେନି କାହିଁକି ?ଇନ୍ପୁଟ୍ ସବସିଡି କୁହୁଡି ରେ ସନ୍ତରଣ କରିବା ସଙ୍ଗେ ସମାନ l
ଏ ସମସ୍ତ ପ୍ରସଙ୍ଗ କୁ ଆଲୋଚନା କରିବା ପାଇଁ ଆମେ କୃଷକ ସଂଗଠନ ତରଫରୁ ଉପ ଜିଲ୍ଲାପାଳ ପଦ୍ମପୁର ଙ୍କୁ ସମୟ ମାଗିଥିଲୁ, ହେଲେ ସେ ସମୟ ଦେଲେନି lସମୟ ଆସିଲେ ଏହାର ଉଚିତ ଜବାବ ଦିଆଯିବ ବୋଲି ଶ୍ରୀମାନ ସାହୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l