-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
25-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଆଜି ବ୍ଳକ ସ୍ତରୀୟ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେନ୍ ଯୋଗଦାନ କରି କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି।ବିଇଓ ଦାୟିତ୍ଵ ତୁଲାଉଥିବା ଚତୁର୍ଭୁଜ ମିର୍ଦ୍ଧା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ଏବିଇଓ ଜଗବନ୍ଧୁ ମାଝୀ,ଏବିଇଓ ରଘୁନାଥ ମହରା ଯୋଗାଦାନ କରିଥିଲେ।
ଡାକ୍ତର ସୁରେନ୍ଦ୍ର ଭୋଇ (କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ), ଡାକ୍ତର ଅମିତ୍ କୁମାର ମିଶ୍ର (କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ), ଡାକ୍ତର ଅର୍କେଶ ପଟ୍ଟନାୟକ (ଫିବିଓଥେରାପିଷ୍ଟ), ନବକିଶୋର ସାମଲ(ପ୍ରତିନିଧି ସର୍ବଶିକ୍ଷା ଅଭିଯାନ, ବଲାଙ୍ଗିର) ପ୍ରମୁଖ ଯୋଗଦାନ କରିଥିବା ବେଳେ ଯୁବରାଜ ବିଭାର କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ।ଅନୀମା ଶତପଥୀ, ପାଣ୍ଡବ ତାଣ୍ଡି, ଆଶୁତୋଷ ଠାକୁର,ହୀରାବତୀ ପ୍ରଧାନ,ବି.ପି.ସିଂ
ନାଏକ ଙ୍କ ସମେତ ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶ୍ରୀ ରାମପ୍ରସାଦ ମହାଲିଙ୍ଗ ବି,ଆର୍,ପି ଓ ଶ୍ରୀ ନେତ୍ରାନନ୍ଦ ମେହେର ବି, ଆର୍, ପି ଙ୍କ ତତ୍ବାବଧାନରେ ବ୍ଳକ ର ୧୦୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା କରିଥିଲେ। ଯେଉଁ ଛାତ୍ରଛାତ୍ରୀମାନଙ୍କୁ ଆଜି ଭିନ୍ନକ୍ଷମ ଚିହ୍ନଟ କରାଯାଇଛି ଆଗାମୀ ଦିନରେ ସେମାନଙ୍କୁ ବିଭିନ୍ନ ଉପକରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।