-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
24-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ମମିତା ମେହେର ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଆସାମୀକୁ କଠୋର ଦଣ୍ଡ ଦେବା ସାଙ୍ଗକୁ ତୁରନ୍ତ ନ୍ୟାୟ ମିଲୁ,ଅହେତୁକ ଦରଦାମ ବୃଦ୍ଧିକୁ ବନ୍ଦ କରାଯାଉ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା,ସାଧାରଣ ଲୋକଙ୍କୁ ତାଙ୍କର ମୌଳିକ ଅଧିକାର ଦିଆଯାଉ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଂଗ୍ରେସ ତରଫରୁ ସ୍ଥାନୀୟ କୌଡ଼ିଆମୁଣ୍ଡା ଛକ ଠାରୁ କଇଁନ୍ତରା ଗ୍ରାମ ପର୍ଯ୍ୟନ୍ତ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଥିରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପରେ ପଞ୍ଚାୟତ ଭବନ ଠାରେ ବ୍ଲକ ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଲା
ପର୍ଯ୍ୟବେକ୍ଷକ ଲବ କୁମାର ସାହୁ, ଜିଲ୍ଲା ଉପସଭାପତି ରାଜଗୋପାଳ ପାଣିଗ୍ରାହୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ,ପିସିସି ସଦସ୍ୟ ସଂଗ୍ରାମ କେଶରୀ ନାୟକ,ଜିଲ୍ଲା କିଶାନ ସେଲ ସଭାପତି ନରେନ୍ଦ୍ର ପଣ୍ଡା,ରାଜ୍ୟ ସମ୍ପାଦକ ସପନେଶ୍ୱର୍ ପୃଷ୍ଟି,ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସାହୁ,ରାଘବ ଦାସ,ସୁଧାଂଶୁ ପଣ୍ଡା, ହଜାରୁ ସାହୁ,ଛାତ୍ର ନେତା ଗୋବିନ୍ଦା ଝାଙ୍କର,ଗୋପୀନାଥ ପଣ୍ଡା,ଉମାକାନ୍ତ ଦୀପ,ଟାଉନ ଛାତ୍ର ସଭାପତି ଟିକୁନ ମହାଲିଙ୍ଗ,ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ସାହୁ,କୁଷ ଭୂଏ,ଟିକୁ ହୋତା, ଓ ବିସି ବ୍ଲକ ସମ୍ପାଦକ ଦଖିଲ ପ୍ରଧାନ,ପଞ୍ଚାୟତି ରାଜ ବ୍ଳକ ସଭାପତି ପଞ୍ଚାନନ ପାତ୍ର,ଯୁବ କଂଗ୍ରେସ ସଭାପତି ବିଜୟ ଭୋଇ, ନଗର କଂଗ୍ରେସ ଉପସଭାପତି ବିମ୍ବାଧର ମେହେର,ରବୀନ୍ଦ୍ର ଭାଇନା ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତବ୍ୟ ରଖିଥିଲେ ।