-+91-9937148622 |
prerana_bgr@rediffmail.com |
Friday 27th January 2023 |
R.N.I. Regd No. ODIODI/2010/46693
Breaking News
24-Nov-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପିପିଲିକାନୀ ଖେଲପଡିଆଠାରେ ଏକ ଦିବସୀୟ ମାଁ ନାରାୟଣୀ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏଥରେକୁତାମୁଣ୍ଡାକୁ ହରାଇ ବଡାଲି ଦଳ ଚାମ୍ପିଅନ ହୋଇଛି । ପ୍ରଥମ ସେମିରେ ସ୍ୱାଧିନ ଷ୍ପୋଟିଂକୁ ୨-୧ ଗୋଲରେ ହରାଇ କୁତାମୁଣ୍ଡା ଏବଂ ଦ୍ୱିତୀୟ ସେମିରେ ଗଇଲମରାକୁ ଟ୍ରାଇବ୍ରେକର ଜରିଆରେ ୪-୩ ଗୋଲରେ ହରାଇ ବଡାଲି ଦଲ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ କୁତାମୁଣ୍ଡାକୁ ଟ୍ରାଇବ୍ରେକର ଜରିଆରେ ୪-୩ ଗୋଲରେ ହରାଇ ବଡାଲି ଦଳ ଚାମ୍ପିଅନ ହୋଇଛି । ଖେଲକୁ ପ୍ରହଲ୍ଲାଦ ଭୁକ୍ତା, ବିକାଶ ସେଠୀ, ପ୍ରଶାନ୍ତ ସେଠୀ ପରିଚାଲନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଜେତା ବଡାଲି ଓ ଉପବିଜେତା କୁତାମୁଣ୍ଡା ଦଳକୁ ଟ୍ରଫିସହ ପୁରସ୍କାର ପ୍ରଦାନ କରାଯାଇଥିଲା ।