-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
24-Nov-2021
ବଲାଙ୍ଗୀର(ପ୍ରେରଣା ଖବର)ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅଟଳ ଟିଙ୍କରିଙ୍ଗ ଲେବ୍ ଓ ସ୍ମାର୍ଟ କ୍ଲାସ ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ନୀତି ଆୟୋଗ ସଂସ୍ଥାର ଅନୁମୋଦନ ପରେ ସମ୍ବଲପୁରର ମାଇକ୍ରୋବୁଟ୍, ଇଣ୍ଡିଆ ଦ୍ୱାରା ଏହି ଲେବ୍ କୁ ପ୍ରତିଷ୍ଠା କରାଯାଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ମିଶ୍ର ଏହି ଲେବ୍ ଓ ସ୍ମାର୍ଟ କ୍ଲାସକୁ ଉଦ୍ଘାଟନ କରିଥିଲେ । ଏହା ଦ୍ୱାର ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ଓ ବିଜ୍ଞାନ ପ୍ରତି ରୂଚି ବଢ଼ିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟା ଭାରତୀ ସଂସ୍ଥାର ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକର ଘୋଷ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଜ୍ଞାନ ଓ ବୈଷୟିକ ଶିକ୍ଷାର ମହତ୍ତ୍ୱ ସଂପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଶୀଭୂଷଣ ପୁରୋହିତ, ଉପସଭାପତି ସୁରେନ୍ଦ୍ର ସୁରେନ୍ଦ୍ର ତ୍ରିପାଠୀ, ସଂପାଦକ ସୁରେଶ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମାଁ ସହଯୋଗ କରିଥିଲେ ।